ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ସୂଚିତ କୋଭିଡ୍-୧୯ ର ସମସ୍ତ ନିୟମାବଳୀ ଓ ସାଧାରଣ ସତର୍କତା ବ୍ୟବସ୍ଥା ଅନୁଯାୟୀ କୃଷି କାର୍ଯ୍ୟ କରିବା ପାଇଁ ପରାମର୍ଶ
୨୦୨୧ ମସିହା ମ।ର୍ଚ୍ଚ ମାସ ପ୍ରଥମ ପକ୍ଷ ପାଇଁ କାର୍ଯ୍ୟପନ୍ଥା :
(୧) ରୁଆ ଧାନ
ମୁଖ୍ୟ ଜମିରେ ତଳିରୁଆ ସରିଯାଇଥିଲେ
- ରୁଆ ଧାନରେ ବାଳୁଙ୍ଗା ଦମନ ପାଇଁ ବେନ୍ସଲଫ୍ୟୁରାନ୍ ମିଥାଇଲ୍ ସହିତ ପ୍ରେଟିଲାକ୍ଲୋର (ଲୋଣ୍ଡାକ୍ସ ପାୱାର / ଇରେଜ୍ ଷ୍ଟ୍ରଙ୍ଗ୍) ପ୍ରତି ଏକର ପିଛା ୪ କି.ଗ୍ରା. ହିସାବରେ ରୋଇବାର ୫-୮ ଦିନ ପରେ ପ୍ରୟୋଗ କରନ୍ତୁ । ଏହା ଦାନାଦାର ହୋଇଥିବାରୁ ଏହା ସହିତ ପ୍ରତି ଏକର ପିଛା ୪ କି.ଗ୍ରା. ବାଲି ମିଶାଇ ବିଲରେ ସମାନ କରି ପ୍ରୟୋଗ କରନ୍ତୁ କିମ୍ବା ଧାନ ରୋଇବାର ୩ ରୁ ୫ ଦିନ ପରେ ପାଇରାଜୋସଲଫ୍ୟୁରାନ୍-ଇଥାଇଲ ୧୦ ଡବ୍ଲ୍ୟୁ.ପି. (ସାଥି) ଏକର ପିଛା ୮୦ ଗ୍ରାମ୍ ପ୍ରୟୋଗ କରନ୍ତୁ ନତୁବା ବିସ୍ପାଇରିବାକ୍ ସୋଡିୟମ୍ (ନୋମିନି ଗୋଲ୍ଡ) ୧୨୦ ମି.ଲି. ୧୪୦ ଲିଟର ପାଣିରେ ମିଶାଇ ଧାନ ରୋଇବାର ୧୦ ରୁ ୧୨ ଦିନ ପରେ ଅର୍ଥାତ୍ ଘାସ ୨ ରୁ ୩ ପତ୍ର ହୋଇଥିବା ଅବସ୍ଥାରେ ସିଞ୍ଚନ କରନ୍ତୁ ।
- କାଣ୍ଡବିନ୍ଧା ପୋକର ନିରୀକ୍ଷଣ ପାଇଁ ଏକର ପ୍ରତି ୩ ଗୋଟି ଯୌନ ସମ୍ବେଦନଶୀଳ ଯନ୍ତା ରଖନ୍ତୁ । ଯେତେବେଳେ ଗୋଟିଏ ଦିନରେ ଯନ୍ତା ପ୍ରତି ୪ ରୁ ୫ ପୁରୁଷ ପ୍ରଜାପତି ପଡିବେ, ତେବେ ଏକର ପିଛା ନିମ୍ବ ମଞ୍ଜିରୁ ତିଆରି ଔଷଧ ଯଥା ଆଜାଡିରାକ୍ଟିନ୍ ୦.୧୫% ୮୦୦ ମି.ଲି. ଔଷଧ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ କିମ୍ବା କ୍ଲୋରାନ୍ଟ୍ରାନିଲିପ୍ରୋଲ ୪% ଜି.ଆର୍ ୪ କେ.ଜି କିମ୍ବା କାର୍ଟାପ୍ ହାଇଡ୍ରୋକ୍ଲୋରାଇଡ୍ ୪ ଜି. ୧୦ କି.ଗ୍ରା. ସମାନ ପରିମାଣର ଶୁଖିଲା ବାଲିରେ ମିଶାଇ ପ୍ରୟୋଗ କରନ୍ତୁ କିମ୍ବା କ୍ଲୋରାନ୍ଟ୍ରାନିଲିପ୍ରୋଲ ୧୮.୫% ଏସ୍.ସି. ୬୦ ମି.ଲି. ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।
- ଯଦି ବକାନି ରୋଗ ଦେଖାଯାଏ ତେବେ କାର୍ବେଣ୍ଡାଜିମ୍ ୫୦ ଡବ୍ଲ୍ୟୁ.ପି ୧ ଗ୍ରା. ୧ ଲିଟର ପାଣି ହିସାବରେ ମିଶାଇ ସିଞ୍ଚନ କରନ୍ତୁ ଏବଂ ୭ ରୁ ୧୦ ଦିନ ବ୍ୟବଧାନରେ ଦ୍ୱିତୀୟ ବାର ପ୍ରୟୋଗ କରନ୍ତୁ ।
ରୁଆ ସରିଯାଇଥିବା ଧାନବିଲରେ (୧୫-୩୦ ଦିନ ଭିତରେ)
- ସକ୍ରିୟ ପିଲ ଅବସ୍ଥାରେ (ତଳି ରୁଆର ୨୦ ରୁ ୨୫ ଦିନ ପରେ) ଏକର ପ୍ରତି ୩୫ କି.ଗ୍ରା. ୟୁରିଆ ପ୍ରଥମ ଶୀର୍ଷସାର ଭାବରେ ପ୍ରୟୋଗ କରନ୍ତୁ ।
- ଚାଷୀ ଯଦି କୌଣସି ଘାସ ନିୟନ୍ତ୍ରଣ ଔଷଧ ବ୍ୟବହାର କରିନାହାନ୍ତି ତେବେ ପେନୋସ୍କୁଲମ୍ ୧.୦୨% + ସାଇହାଲୋଫୋପ୍-ବ୍ୟୁଟାଇଲ୍ ୫.୧%( ଭିଭାୟା) ୮୦୦ ମି.ଲି. ପ୍ରତି ଏକର ହିସାବରେ ୧୫ ରୁ ୨୦ ଦିନ ପରେ ସିଞ୍ଚନ କରନ୍ତୁ କିମ୍ବା ୨୦ ରୁ ୨୫ ଦିନ ପରେ ହାତରେ ଘାସ ବାଛି ଦିଅନ୍ତୁ ।
- କାଣ୍ଡବିନ୍ଧା ପୋକର ନିରୀକ୍ଷଣ ଜାରି ରଖନ୍ତୁ ଯେତେବେଳେ ପୁରୁଷ ପ୍ରଜାପତିର ସଂଖ୍ୟା ଗୋଟିଏ ଦିନରେ ଯନ୍ତା ପ୍ରତି ୪ ରୁ ୫ ଟି ହୋଇଯିବ, ତେବେ ଏକର ପିଛା ନିମ୍ବ ମଞ୍ଜିରୁ ତିଆରି ଔଷଧ ଯଥା ଆଜାଡିରାକ୍ଟିନ୍ ୦.୧୫% ୮୦୦ ମି.ଲି. ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ କିମ୍ବା ଏକର ପିଛା କ୍ଲୋରାନ୍ଟ୍ରାନିଲିପ୍ରୋଲ୍ ୪% ଜି.ଆର୍ ୪ କି.ଗ୍ରା.କୁ ୪ କି.ଗ୍ରା. ବାଲି ସହିତ ସମାନ ଭାବରେ ମିଶାଇ ପ୍ରୟୋଗ କରନ୍ତୁ କିମ୍ବା କ୍ଲୋରାନ୍ଟ୍ରାନିଲିପ୍ରୋଲ୍ ୧୮.୫% ଏସ୍.ସି ୬୦ ମି.ଲି. ଏକର ପିଛା ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ କିମ୍ବା ଏକର ପିଛା କାର୍ଟାପ୍ ହାଇଡ୍ରୋକ୍ଲୋରାଇଡ୍ ୪ ଜି. ୧୦ କି.ଗ୍ରା ବ୍ୟବହାର କରନ୍ତୁ ।
- ଯଦି ମହିଷା ରୋଗ ଦେଖାଯାଏ ତେବେ ୧ ଲିଟର ପାଣିରେ କାର୍ବେଣ୍ଡାଜିମ୍ ୫୦ ଡବ୍ଲ୍ୟୁ.ପି ୨ ଗ୍ରାମ୍ କିମ୍ବା ଟ୍ରାଇଫ୍ଲୋସ୍କିଷ୍ଟ୍ରୋବିନ୍ ୨୫% + ଟେବୁକୋନାଜୋଲ ୫୦% ୦.୪ ଗ୍ରାମ୍ ଏକ ଲିଟର ପାଣି ହିସାବରେ ମିଶାଇ ସିଞ୍ଚନ କରନ୍ତୁ । ଏକର ପ୍ରତି ୨୦୦ ଲିଟର ଦ୍ରବଣ ଆବଶ୍ୟକ ହୋଇଥାଏ ।
(୨) କାଦୁଅ ବୁଣା ଧାନ
- ଘାସ ନିୟନ୍ତ୍ରଣ ପାଇଁ ଧାନ ବୁଣିବାର ୧୦ ରୁ ୧୨ ଦିନ ପରେ ଅର୍ଥାତ୍ ୨ ରୁ ୩ ପତ୍ର ଘାସ ଥିବା ଅବସ୍ଥାରେ ବିସ୍ପାଇରିବାକ୍ ସୋଡିୟମ୍ (ନୋମିନି ଗୋଲ୍ଡ) ୧୨୦ ମି.ଲି. ୧୪୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ କିମ୍ବା ପେନୋକ୍ସୁଲମ୍ ୧.୦୨% + ସାଇହାଲୋଫୋପ-ବ୍ୟୁଟାଇଲ ୫.୧% (ଭିଭାୟା) ୮୦୦ ମି.ଲି. ୧୫ ରୁ ୨୦ ଦିନ ପରେ ୧୪୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।
- ପ୍ରଥମ ଶୀର୍ଷସାର ହିସାବରେ ଏକର ପ୍ରତି ୨୨ କି.ଗ୍ରା. ୟୁରିଆ ପିଲ ବାହାରିବା ସମୟରେ (୨୦-୨୫ ଦିନ ବୁଣା ପରେ) ପ୍ରୟୋଗ କରନ୍ତୁ ଏବଂ ସଅଳ ବୁଣା ଧାନରେ ୩୫-୪୦ ଦିନ ପରେ ଦ୍ୱିତୀୟ ଶୀର୍ଷସାର ହିସାବରେ ଏକର ପ୍ରତି ୨୨ କି.ଗ୍ରା. ୟୁରିଆ ପ୍ରୟୋଗ କରନ୍ତୁ ।
- କାଣ୍ଡବିନ୍ଧା ପୋକ ନିରୀକ୍ଷଣ ପାଇଁ ଏକର ପିଛା ୩ଟି ହିସାବରେ ଯୌନ ସମ୍ବେଦନଶୀଳ ଯନ୍ତା ରଖନ୍ତୁ । ଯେତେବେଳେ ପୁରୁଷ ପ୍ରଜାପତିର ସଂଖ୍ୟା ଗୋଟିଏ ଦିନରେ ଯନ୍ତା ପ୍ରତି ୪ ରୁ ୫ ଟି ହୋଇଯିବ, ତେବେ ଏକର ପିଛା ନିମ୍ବମଞ୍ଜିରୁ ତିଆରି ଔଷଧ ଯଥା ଆଜାଡିରାକ୍ଟିନ୍ ୦.୧୫% କୁ ୮୦୦ ମି.ଲି. କିମ୍ବା ଏକର ପିଛା କ୍ଲୋରାନ୍ ଟ୍ରାନିଲିପ୍ରୋଲ୍ ୪% ଜି.ଆର୍. ୪ କି.ଗ୍ରା. କିମ୍ବା କାର୍ଟାପ୍ ହାଇଡ୍ରୋକ୍ଲୋରାଇଡ୍ ୪ ଜି. ୧୦ କି.ଗ୍ରା.କୁ ୧:୧ ବା ସମାନ ପରିମାଣର ବାଲି ସହିତ ମିଶାଇ ପ୍ରୟୋଗ କରନ୍ତୁ କିମ୍ବା କ୍ଲୋରାନ୍ ଟ୍ରାନିଲିପ୍ରୋଲ ୧୮.୫% ଏସ୍.ସି. ୬୦ ମି.ଲି. ଏକର ପିଛା ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।
- ଯଦି ମହିଷା ରୋଗ ଦେଖାଯାଏ ତେବେ ୧ ଲିଟର ପାଣିରେ କାର୍ବେଣ୍ଡାଜିମ୍ ୫୦ ଡବ୍ଲ୍ୟୁ.ପି ୨ ଗ୍ରାମ୍ କିମ୍ବା ଟ୍ରାଇଫ୍ଲୋସ୍କିଷ୍ଟ୍ରୋବିନ୍ ୨୫% + ଟେବୁକୋନାଜୋଲ ୫୦% ୦.୪ ଗ୍ରାମ୍ ଏକ ଲିଟର ପାଣି ହିସାବରେ ମିଶାଇ କିମ୍ବା ଏଡିଫେନ୍ଫୋସ୍ ୫୦ ଇ.ସି. ୨୦୦ ମି.ଲି. ସିଞ୍ଚନ କରନ୍ତୁ । ଏକର ପ୍ରତି ୨୦୦ ଲିଟର ଦ୍ରବଣ ଆବଶ୍ୟକ ହୋଇଥାଏ ।
*Source: NRRI, Cuttack