KVK Sambalpur
English    ଓଡ଼ିଆ
Skip Navigation Links
ମୁଖ୍ୟ ପୃଷ୍ଠା
ଆମ ବିଷୟରେ Expand ଆମ ବିଷୟରେ
ଜିଲ୍ଲା ବିଷୟରେ Expand ଜିଲ୍ଲା ବିଷୟରେ
ଉପଲବ୍ଧି Expand ଉପଲବ୍ଧି
ଆମର କାର୍ଯ୍ୟ Expand ଆମର କାର୍ଯ୍ୟ
ଡାଉନଲୋଡ
ପ୍ରଶଂସା ଓ ପୁରସ୍କାର
ରିପୋର୍ଟ୍ Expand ରିପୋର୍ଟ୍
କୃଷକ ମୋବାଇଲ ଉପଦେଶ
ଯୋଗାଯୋଗ
କ୍ଷିପ୍ର ସଂଯୋଗ
ଅଭିନବ ଚାଷୀ
ବିଷୟବସ୍ତୁ ର କ୍ଷେତ୍ର: କୃଷି ଯାନ୍ତ୍ରିକରଣ   ବୟସ : ୬୧
ବିଷୟ : ହସ୍ତଚାଳିତ ଧାନ ରୁଆ ଯନ୍ତ୍ର   ଶିକ୍ଷା : ପଂଚମ
ନାମ :ଶ୍ରୀ ରଂଜିତ୍ ମିରିଗ   ଚାଷ ଜମି ପରିମାଣ : ୬ ଏକର
ଗ୍ରାମ :ଗଡ଼ମୁଣ୍ଡା   କୃଷି ଅଭିଜ୍ଞତା : ୨୬ ବର୍ଷ
ବ୍ଲକ :ଧନକଉଡା   ଚାଷ କ୍ରମ : ଧାନ - ଧାନ
ଜିଲ୍ଲା :ସମ୍ବଲପୁର   ସାମାଜିକ ପ୍ରଶଂସା : ସର୍ବୋତ୍ତମ କୃଷକ ପୁରସ୍କାର
ପିନ୍ :୭୬୮ ୦୦୬ (ଓଡିଶା )        
           

ଉଦ୍ଭାବନ ର ବିବରଣୀ

ଶ୍ରୀ ରଂଜିତ୍ ମିରିଗ, ବୟସ ୬୧ ହେଉଛନ୍ତି ସମ୍ବଲପୁର ଜିଲ୍ଲା ର ଗଡ଼ମୁଣ୍ଡା ଗ୍ରାମର ବାସିନ୍ଦା | ସେ ଚାଷ କରି ତାଂକର ପରିବାର ପ୍ରତିପୋଷଣ କରିଥାନ୍ତି | ତାଂକର ୬ ଏକର ଚାଷ ଜମିରେ ଉଭୟ ଖରିଫ ଓ ରବି ଊତୁରେ ଧାନ ଚାଷ କରିଥାନ୍ତି | ଧାନ ରୁଆ ସମୟରେ ସେ କୃଷି ଶ୍ରମିକ ମିଳୁନଥିବାରୁ ଅସୁବିଧା ର ଶିକାର ହୋଇଥିଲେ | ଏହି ଅସୁବିଧା ତାଂକୁ ଯନ୍ତ୍ର ଦ୍ବାରା ଧାନ ରୋଇବା ପାଇଁ ପ୍ରବର୍ତାଇଥିଲା | ସେତେବେଳେ ସେ ଦେଖିଲେ ଯେ ଯନ୍ତ୍ର ଚାଳିତ ଧାନ ରୋଇବା ମେସିନର ମୁଲ୍ୟ ବହୁତ ଅଧିକ, ତେଣୁ ସେ ଗୋଟିଏ ହସ୍ତଚାଳିତ ମେସିନର ପରିକଳ୍ପନା କଲେ | ସେ’ ତାଂକ ଜୀବନର ୨୨ ବର୍ଷ ଖର୍ଚ୍ଚ କରି ଏକ ହସ୍ତଚାଳିତ ମେସିନର ଆବିଷ୍କାର କରିଛନ୍ତି | ଏହି ମେସିନ ପାଇଁ ସେ ଓଡିଶା ଓ ଭାରତ ସରକାରଂକ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରଷ୍କୃତ ମଧ୍ୟ ହୋଇଛନ୍ତି | ଏହି ମେସିନ ର ଓଜନ ପ୍ରାୟ ୪୫ କି.ଗ୍ରା., ଲମ୍ବ ୫ ଫୁଟ, ଚଉଡା ୨.୫ ଫୁଟ | ଏହି ଯନ୍ତ୍ରକୁ ଚଳେଇବା ପାଇଁ ଦୁଇଜଣ ଶ୍ରମିକ ଦରକାର ହୋଇଥାନ୍ତି, ଜଣେ ଯନ୍ତ୍ରକୁ ଟାଣିବା ପାଇଁ ଓ ଅନ୍ୟ ଜଣେ ଯନ୍ତ୍ର ଦ୍ବାରା ରୋଇବା ପାଇଁ |

ଉଦ୍ଭାବନର ବ୍ୟବହାରିକ ଉପଯୋଗୀତା

ଧାନ ରୋଇବା ପାଇଁ କୃଷି ଶ୍ରମିକ ମିଳୁନଥିବାର ଅସୁବିଧା କୁ ଦୁର କରିବା ପାଇଁ ଓ ଚାଷ ଖର୍ଚ୍ଚ କୁ କମ୍ କରିବା ପାଇଁ ଏହା ସ୍ବଳ୍ପ ଚାଷ ଜମି ଥିବା ଚାଷି ଭାଇ ମାନଂକ ପାଇଁ ଉପଯୁକ୍ତ | ଦୁଇ ଜଣ ଶ୍ରମିକ ୭-୮ ଘଣ୍ଟା ସମୟ ମଧ୍ୟରେ ଏକ ଏକର୍ ଚାଷ ଜମିରେ ଧାନ ରୋଇ ପାରିଥାନ୍ତି | ଏହି ମେସିନ ର ପାଂଚ ଟି ଲିଭର ଧାନ ରୋଇବାରେ ବ୍ୟବହୃତ ହୋଇଥାଏ | ଏହି ମେସିନ ଦ୍ବାରା ଧାନ ରୋଇବା ପାଇଁ ଧାନ ତଳି ୧୨-୧୪ ଦିନ ହୋଇଥିଲେ ଉପଯୁକ୍ତ ହୋଇଥାଏ | ଏହି ମେସିନ ରେ ଧାନ ରୋଇଲେ ଧାଡି କୁ ଧାଡି ୧୮ ସେ.ମି.ଓ ଗଛ କୁ ଗଛ ୧୫ ସେ.ମି. ର ବ୍ୟବଧାନ ରହିଥାଏ | ଏହି ମେସିନ ର ମୁଲ୍ୟ ପ୍ରାୟ ଟ.୨୦,୦୦୦ /-

ଉଦ୍ଭାବନ ର ଫଟୋଗ୍ରାଫ୍


କୃଷି ବିଜ୍ଞାନ କେନ୍ଦ୍ର, ସମ୍ବଲପୁର
ପରିକଳ୍ପନା ଓ ଯତ୍ନ : ସତ୍ୟବ୍ରତ କୁମାର ବେହେରା, କାର୍ଯ୍ୟକ୍ରମ ସହଯୋଗୀ (କମ୍ପୁଟର ), ମୋବାଇଲ: ୯୪୩୭୧-୭୫୧୦୧

ପରିଦର୍ଶନ କରିଥିବା ସଂଖ୍ୟା : 356874