KVK Sambalpur
Krishi Vigyan Kendra, Sambalpur
Odisha University of Agriculture & Technology, Bhubaneswar
କୃଷି ବିଜ୍ଞାନ କେନ୍ଦ୍ର, ସମ୍ବଲପୁର
ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
KVK Sambalpur
English     ଓଡ଼ିଆ
Mandate of KVK :
  1. Organize short and long term vocational training courses and allied vocation for the farmer and rural youth with emphasis on "Learning by Doing" for higher productions on farm and generating self employment.
  2. Organize training to update the extension personal with emerging advances in agriculture research on regular basis.
  3. Conducting "On Farm Testing" for identifying technology in terms of location specific sustainable land use.
  4. Organise "Front Line Demonstration" on various crops to generate production data and feedback information.

କୃଷି ଉପଦେଶ

୨୦୨୩ ମସିହା ଜୁନ୍ ମାସ ପ୍ରଥମ ପକ୍ଷ ପାଇଁ କାର୍ଯ୍ୟପନ୍ଥା

ଡାଳୁଅ ଧାନ

  • ଖରାଟିଆ ଧାନକୁ ଦାଆ କିମ୍ବା କମ୍ବାଇନ୍ ହାରଭେଷ୍ଟର କିମ୍ବା ରିପର ଦ୍ୱାରା କାଟି ଯଥାଶୀଘ୍ର ଅମଳ କରିଦିଅନ୍ତୁ । ଅମଳ ପରେ ଧାନକୁ ଭଲଭାବରେ ଶୁଖାଇ ବିହନ ପାଇଁ ଶତକଡା ୧୨ ଭାଗ ଆର୍ଦ୍ରତା ଓ ଖାଦ୍ୟ ଉପଯୋଗୀ ପାଇଁ ଶତକଡା ୧୪ ଭାଗ ଜଳୀୟ ଅଂଶ ଥିବା ଅବସ୍ଥାରେ ସାଇତି ରଖିବା ଆବଶ୍ୟକ । ସଠିକ ମୂଲ୍ୟ ପାଇବା ପାଇଁ ପ୍ରତ୍ୟେକ ଧାନ କିସମକୁ ଅଲଗା ଅଲଗା ଧାନବସ୍ତାରେ ସାଇତି ରଖନ୍ତୁ ।
  • ଧାନ ଠିକ୍ ଭାବରେ ଶୁଖିଯିବା ପରେ କିସମ ଅନୁସାରେ ଅଲଗା ଅଲଗା କରି ବଜାରରେ ମିଳୁଥିବା ସୁପର ଗ୍ରେନ୍ ବସ୍ତାରେ ସାଇତି ରଖିଲେ ଏହାର ଗୁଣ, ରଙ୍ଗ, ବାସନା ଓ ସ୍ୱାଦ ବହୁତ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିବା ସହିତ ସାଇତା ଧାନ ଜନିତ ପୋକ କବଳରୁ ରକ୍ଷା ପାଇଥାଏ ।
  • ଧାନ ସାଇତି ରଖିଥିବା ବସ୍ତା ବା କୋଠାରୀରେ ପୋକ ଦେଖାଦେଲେ ଆଲୁମିନିୟମ୍ ଫସ୍‌ଫାଇଡ୍ ଟାବ୍‌ଲେଟ୍ ଏକ ଟନ୍ ଧାନ ପିଛା ୩ଟି ଟାବ୍‌ଲେଟ୍ (ସମୁଦାୟ ୯ ଗ୍ରାମ୍ ଟାବ୍‌ଲେଟ୍‌) କନାରେ ଗୁଡାଇ ରଖନ୍ତୁ । ଏହା ଉପରେ ଭଲଭାବେ ତାର୍‌ପୋଲିନ୍‌ ଘୋଡାଇ ଦିଅନ୍ତୁ ଯେପରିକି କିଛି ଫାଙ୍କା ଜାଗା ନ ରୁହେ । କୋଠରୀର ସନ୍ଧି ଜାଗା କିମ୍ବା କବାଟ ତଳ ଫାଙ୍କ ଜାଗା ଓ ତାରପୋଲିନ୍‌ର ଚାରିପଟେ ୬ ଇଞ୍ଚ ମୋଟାର କାଦୁଅ ଲେପ କିମ୍ବା ସେଲୋଟେପ୍ ଦେଇ ଭଲରେ ବନ୍ଦ କରନ୍ତୁ, ଯେପରିକି ବାଷ୍ପ ବାହାରକୁ ନ ଆସେ । ୭ ରୁ ୧୦ ଦିନ ପର୍ଯ୍ୟନ୍ତ କୋଠାରୀ ବା ବସ୍ତାର ମୁହଁ ଭଲଭାବରେ ବନ୍ଦ ରଖନ୍ତୁ । ଲୋକ ଚଳପ୍ରଚଳ କରୁଥିବା ଜାଗାରେ ଏଭଳି ଔଷଧ ପ୍ରୟୋଗ କରନ୍ତୁ ନାହିଁ ।

ଶୁଖିଲା ବୁଣାଧାନ

  • ଉଚ୍ଚା ଜମିରେ ସିଧା ବୁଣାଧାନ ପାଇଁ ସି.ଆର.ଧାନ ୧୦୦ (ସତ୍ୟଭାମା), ସି.ଆର.ଧାନ ୧୦୧ (ଅଙ୍କିତ୍‌), ସି.ଆର.ଧାନ ୧୦୨, ସହଭାଗୀ ଧାନ, ଫାଲଗୁନି, ବନ୍ଦନା, ଖଣ୍ଡଗିରି ଇତ୍ୟାଦି କିସମ ବ୍ୟବହାର କରନ୍ତୁ । ସିଡ୍ ଡ୍ରିଲ୍ କିମ୍ବା ୩-ଦାନ୍ତିଆ ଲଙ୍ଗଳ ଲାଗିଥିବା ସିଡ୍ ଡ୍ରିଲ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ ୧୫ ସେ.ମି. ବ୍ୟବଧାନରେ ଏବଂ ୪ ରୁ ୬ ସେ.ମି. ଗଭୀରରେ ସିଧା ଧାଡିରେ ଧାନ ବିହନ ବୁଣନ୍ତୁ । ଏକର ପ୍ରତି ୨୪ ରୁ ୩୦ କି.ଗ୍ରା. ଉତ୍ତମ ଗୁଣବତ୍ତା ବିହନ ବ୍ୟବହାର କରନ୍ତୁ ।
  • ବୁଣାଧାନ ପାଇଁ ଶେଷ ଓଡ ଚାଷ ସମୟରେ ପ୍ରତି ଏକର ପିଛା ୮ କ୍ୟୁଣ୍ଟାଲ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ ।
  • ବିହନ ବୁଣିବା ପୂର୍ବରୁ ୧ କି.ଗ୍ରା. ବିହନକୁ ୧୦ ଗ୍ରାମ୍ ଟ୍ରାଇକୋଡର୍ମା ଗୁଣ୍ଡ ଦ୍ୱାରା ବିଶୋଧନ କରନ୍ତୁ କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ଯେକୌଣସି ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନ ଦ୍ୱାରା ପ୍ରଦତ୍ତ ବିଶୋଧକ ବ୍ୟବହାର କରିପାରିବେ ।
  • ଉଚ୍ଚା ଜମିରେ ଶେଷଥର ଜମି ପ୍ରସ୍ତୁତି ସମୟରେ ଫଟିଲାଇଜର-ସିଡ୍ ଡ୍ରିଲ୍ (ସାର ସହ ମଞ୍ଜି ବୁଣାଯନ୍ତ୍ର) ମାଧ୍ୟମରେ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ ଏକର ପିଛା ଅନୁମୋଦିତ ପୂର୍ଣ୍ଣମାତ୍ରାର ଫସଫରସ୍ ଏବଂ ୧୨ କି.ଗ୍ରା. ପଟାସ୍ (ଅର୍ଥାତ୍‌ ଏକର ପିଛା ୭୫ କି.ଗ୍ରା. ଏସ୍‌.ଏସ୍‌.ପି. କିମ୍ବା ୨୭ କି.ଗ୍ରା. ଡି.ଏ.ପି. + ୨୦ କି.ଗ୍ରା. ଏମ୍‌.ଓ.ପି) ପ୍ରୟୋଗ କରନ୍ତୁ
  • ମଧ୍ୟମ ଏବଂ ଖାଲୁଆ ଜମିରେ ଯେଉଁଠି ସିଧା ଧାନ ବୁଣା ଯାଏ ସେଠାରେ ଶେଷଥର ଓଡଚାଷ ପାଇଁ କଲ୍ଟିଭେଟର ଦ୍ୱାରା ୨-୩ ଥର ଭଲଭାବରେ ଚାଷ କରି ଜମିକୁ ସମତଳ କରିଦିଅନ୍ତୁ ।
  • ମଧ୍ୟମ ଖାଲୁଆ ଜମିରେ ବର୍ଷାଧାନ, ଦୁର୍ଗା, ସି.ଆର.ଧାନ ୫୦୧, ଶାରଳା ଏବଂ ଗାୟତ୍ରୀ କିସମ ବ୍ୟବହାର କରନ୍ତୁ ।
    ସି.ଆର.ଧାନ ୫୦୦, ସି.ଆର.ଧାନ ୫୦୨(ଜୟନ୍ତୀ ଧାନ), ସି.ଆର.ଧାନ ୫୦୩ (ଜଳମଣି), ସି.ଆର.ଧାନ ୫୦୫ ଓ ସି.ଆର.ଧାନ ୫୦୭ (ପ୍ରଶାନ୍ତ) ଆଦି ଖାଲୁଆ ଜମିରେ ବ୍ୟବହାର କରନ୍ତୁ ।
  • ସିଡ୍ ଡ୍ରିଲ୍ କିମ୍ବା ୩-ଦାନ୍ତିଆ ଲଙ୍ଗଳ ଲାଗିଥିବା ସିଡ୍ ଡ୍ରିଲ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ ୧୫ ସେ.ମି. ବ୍ୟବଧାନରେ ଏବଂ ୪ ରୁ ୬ ସେ.ମି. ଗଭୀରରେ ସିଧା ଧାଡିରେ ଧାନ ବିହନ ବୁଣନ୍ତୁ । ଏକର ପ୍ରତି ୧୮ ରୁ ୨୦ କି.ଗ୍ରା. ଉତ୍ତମ ଗୁଣବତ୍ତା ବିହନ ବ୍ୟବହାର କରନ୍ତୁ ।
  • ମଧ୍ୟମ ଗଭୀର ଏବଂ ଅତି ଗଭୀର ଜମିରେ ଯେଉଁଠି ସିଧା ଧାନ ବୁଣାଯାଏ ଏବଂ ଶୀର୍ଷସାର ପ୍ରୟୋଗ କରିନହୁଏ ସେଠାରେ ଶେଷ ଓଡ ଚାଷ ସମୟରେ ପୂର୍ଣ୍ଣମାତ୍ରାରେ ଯବକ୍ଷାରଜାନ, ଫସ୍‌ଫରସ୍ ଏବଂ ପଟାସ୍ ଏକର ପିଛା ଯଥାକ୍ରମେ ୧୬: ୮: ୮ କି.ଗ୍ରା. (ଅର୍ଥାତ୍ ୧୭.୫ କି.ଗ୍ରା. ଡି.ଏ.ପି + ୧୩.୫ କି.ଗ୍ରା. ଏମ୍‌.ଓ.ପି + ୩୦ କି.ଗ୍ରା. ୟୁରିଆ) ପ୍ରୟୋଗ କରନ୍ତୁ ।

ଖରିଫ ରୁଆଧାନ

  • ସ୍ୱଳ୍ପ ଗଭୀର ବିଶିଷ୍ଟ ଖାଲୁଆ ଜମିରେ ରୋଇବା ପାଇଁ ଉର୍ଦ୍ଦିଷ୍ଟ ଧାନ ବିହନ ଯଥା : ସି.ଆର.ଧାନ ୩୦୭ (ମଉଡମଣି), ସି.ଆର.ଧାନ ୩୦୩, ସି.ଆର.ଧାନ ୩୦୪, ଏମ୍‌.ଟି.ୟୁ ୧୦୦୧, ଏମ୍‌.ଟି.ୟୁ ୧୦୧୦, ନବୀନ, ସି.ଆର.ଧାନ ୩୧୦, ସି.ଆର.ଧାନ ୩୧୨, ସି.ଆର.ଧାନ ୩୧୪, ଡି.ଆର.ଆର. ୪୪, ଉନ୍ନତ ଲଲାଟ କିସମ, ସି.ଆର. ଧାନ ୩୦୧, ସି.ଆର.ଧାନ ୮୦୦, ସି.ଆର.ଧାନ ୪୦୪, ସ୍ୱର୍ଣ୍ଣ, ପୂଜା, କଳାଚମ୍ପା, ହସନ୍ତ, ସ୍ୱର୍ଣ୍ଣସବ୍ ୧ ଏବଂ ବିପିଟି ୫୨୦୪ ବିହନ ଇତ୍ୟାଦି ଭରସା ଯୋଗ୍ୟ ଗବେଷଣା ଅନୁଷ୍ଠାନ, କୃଷି ବିଶ୍ୱବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର, କୃଷିବ୍ଲକ୍ ଅଫିସରୁ ବନ୍ଦୋବସ୍ତ କରନ୍ତୁ ।
  • ଉପକୂଳବର୍ତ୍ତୀ ଲବଣଯୁକ୍ତ ଜମି ନିମିତ୍ତ ଲବଣ ସହଣୀୟ ଧାନ ବିହନ ଯଥା ସି.ଆର.ଧାନ ୪୦୫ (ଲୁଣାସଂଖୀ), ସି.ଆର.ଧାନ ୪୦୩ (ଲୁଣାସୁବର୍ଣ୍ଣା), ଡି.ଆର.ଆର. ୩୯ ଏବଂ ଲୁଣିଶ୍ରୀ ବିହନ ବନ୍ଦୋବସ୍ତ କରନ୍ତୁ ।
  • ଜଳସେଚିତ ମଧ୍ୟମ ଏବଂ ସ୍ୱଳ୍ପ ଗଭୀର ବିଶିଷ୍ଟ ଖାଲୁଆ ଜମିରେ ଶଙ୍କରଜାତୀୟ ଧାନ ଚାଷ କରିବା ପାଇଁ ଇଚ୍ଛୁକ ଥିବା ଚାଷୀଭାଇମାନେ ଉନ୍ନତମାନର ଟ୍ରୁଥ୍‌ଫୁଲ ଲେବଲ ବିହନ (ଞଖ) ଯଥା ଅଜୟ, ରାଜଲକ୍ଷ୍ମୀ, ସି.ଆର.ଧାନ ୭୦୧, କେ.ଆର.ଏଚ୍‌-୨ ଏବଂ ପି.ଏଚ୍‌.ବି ୭୧ ବିହନ ବିଭିନ୍ନ ଖ୍ୟାତିସମ୍ପର୍ଣ୍ଣ ବିହନ ସଂସ୍ଥା ବା ଅନୁଷ୍ଠାନ ନିକଟରୁ ବନ୍ଦୋବସ୍ତ କରନ୍ତୁ ।
  • ବନ୍ୟା ପ୍ଲାବିତ ମଧ୍ୟମ ଖାଲୁଆ ଜମିରେ ବନ୍ୟାଜଳ ସହଣୀ କିସମ ଯଥା ସ୍ୱର୍ଣ୍ଣ ସବ୍‌-୧, ରଞ୍ଜିତ୍ ସବ୍‌-୧, ବାହାଦୁର୍ ସବ୍‌-୧, ବୀଣାଧାନ-୧୧ ଏବଂ ଶାମ୍ବା ସବ୍‌-୧ ଏବଂ ମଧ୍ୟମ ଗହୀରା ଜମିରେ ସି.ଆର୍‌.୧୦୦୯ ସବ୍‌-୧ କିସମ ବିଭିନ୍ନ ଖ୍ୟାତିସମ୍ପର୍ଣ୍ଣ ବିହନ ସଂସ୍ଥା ବା ଅନୁଷ୍ଠାନ ନିକଟରୁ ବନ୍ଦୋବସ୍ତ କରନ୍ତୁ ।
  • ଯେଉଁ ଚାଷୀମାନେ ବାସନା ଧାନ ଚାଷ କରିବାକୁ ଚାହୁଁଛନ୍ତି ସେମାନେ ଗୀତାଞ୍ଜଳୀ, ସି.ଆର. ସୁଗନ୍ଧଧାନ ୯୦୭, ସି.ଆର. ସୁଗନ୍ଧଧାନ ୯୦୮ ଏବଂ ସି.ଆର. ସୁଗନ୍ଧଧାନ ୯୧୦ କିସମ ବ୍ୟବହାର କରିପାରିବେ ।
  • ମରୁଡି ହେଉଥିବା ଅଞ୍ଚଳରେ ମରୁଡି ସହଣୀଶକ୍ତି ଥିବା କିସମ ଯଥା ସହଭାଗୀ ଧାନ, ଡି.ଆର୍‌.ଆର୍‌. ୪୨, ଡି.ଆର୍‌.ଆର୍‌. ୪୪, ବି.ଆର୍‌.ଆର୍‌.ଆଇ ଧାନ ୭୧, ସ୍ୱର୍ଣ୍ଣଶ୍ରେୟା ଇତ୍ୟାଦି ବିହନ ବିଭିନ୍ନ ଖ୍ୟାତିସମ୍ପର୍ଣ୍ଣ ବିହନ ସଂସ୍ଥା ବା ଅନୁଷ୍ଠାନ ନିକଟରୁ ବନ୍ଦୋବସ୍ତ କରନ୍ତୁ ।
  • ଜୈବିକ ଉପାୟରେ ଜମିର ଉର୍ବରତା ବୃଦ୍ଧି କରିବା ନିମନ୍ତେ ପ୍ରଥମ ଓଡ ଚାଷ ପରେ ଏକର ପ୍ରତି ୧୨ କି.ଗ୍ରା ଧଣିଚା ବିହନ ବୁଣି ଦିଅନ୍ତୁ ।
  • ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ ଜୈବିକ ବିଶୋଧକ ଭାବେ ୧ କି.ଗ୍ରା. ବିହନକୁ ୧୦ ଗ୍ରାମ୍ ଟ୍ରାଇକୋଡର୍ମା ଗୁଣ୍ଡରେ ବିଶୋଧନ କରନ୍ତୁ । ଏହାକୁ କୌଣସି ବିଶ୍ୱସ୍ଥନୀୟ ସଂସ୍ଥା ବା ଦୋକାନରୁ ସଂଗ୍ରହ କରନ୍ତୁ ।
  • ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇସାରିଛି । ତେଣୁ ଢ଼ିପଜମି ଏବଂ ବର୍ଷାଶ୍ରିତ ଖାଲୁଆ ଜମି, ଯେଉଁଠାରେ ଧାନ ଛଟାବୁଣା କରାଯାଏ ଏବଂ ତଳି ଘରା ପ୍ରସ୍ତୁତି ପାଇଁ ମାଟିର ବତର ଦେଖି ପ୍ରଥମ ଖରାଟିଆ ଚାଷ କରିଦିଅନ୍ତୁ ।
  • ଚାଷୀଭାଇମାନେ ଧାନ ଚାଷ ସମ୍ପର୍କରେ ଅଧିକ ସୂଚନା ବା ବିବରଣୀ ଜାଣିବା ପାଇଁ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ, କଟକ ଦ୍ୱାରା ବିକଶିତ ରାଇସ୍ ଏକ୍ସପୋର୍ଟ ମୋବାଇଲ ଆପ୍ (riceXpert) ଗୁଗୁଲ୍ ପ୍ଲେଷ୍ଟୋରରୁ ଡାଉନ୍‌ଲୋଡ କରି ବ୍ୟବହାର କରିପାରିବେ ।
*Source: NRRI, Cuttack
News & Events
Crop Advisory
Rice
For controlling Stem borer, application of Phorate @ 10 kg/acre should be done during transplanting. If the weeds are not controlled, the farmers should go for application of post-emergence application of Pyrazosulfuron @ 80g per acre, or Almix @ 8 g/acre after 15-20 days of transplanting.
Irrigation should be provided as and when required especially at the critical stages like tillering, panicle initiation, flowering and milking stage. If paddy is 1 month old, then go for 1st top dressing with urea.
Potato
The current weather is favorable for infestation of Cut worm in potato. Apply 1% Chloropyriphos dust or 2% Methylparathion dust over the bunds of the affected field to restrict the entry of the insects in to the unaffected field.
In case of early blight in Potato, use copper based fungicide like Mancozeb 75 WP@ 2g/lt at 15 days interval three to four times. Destroy the diseased plant parts properly.

Sunflower


Grow High Yielding Varieties like Modern and Hybrid Varieties PAC 36, KBSH, MSFH-8 and SFH 17. Apply 2 tons of FYM along with basal application of 8:16:12 kg NPK/acre for HYV and double the dose of fertilizer for the Hybrids. Apply Phosphorus in form of SSP to increase the oil content. Before sowing, the seeds should be treated @ 2 g Carbendazim per Kg of seeds.


Groundnut


  • For controlling weeds in Groundnut, the farmers should apply Imazathapyr @ 1.5ml/lit .

 Brinjal


  • In case of Fruit and Shoot borer in brinjal, go for application of 60ml Coragen 20 SC in 200 lt water/acre. In brinjal wilt is seen. To control, mix 20g Streptocyclin in 200lt water and spray in the root zone.

Tomato


  • In case of Fruit borer in Tomato, apply 80 ml Spinosad 14.5SC in 200 lt water/acre.

Cabbage and Cauliflower


  • In case of Diamond back moth in cole crops like cabbage, cauliflower, go for application of 80 ml Spinosad 14.5SC in 200 lt water/acre.

Broccoli


  • Seed rate for broccoli is 300grams/ha. Raise the seeds in the nursery bed and transplant the seedlings at 4-5 leaves or 25-30 days stage and transplant at a spacing of 40-45cm.

Chilli and Capsicum


  • In case of Capsicum and chilli thrips, go for application of 200ml Dimethoate 30 EC in 200lt water/acre. In case of mites, apply 500ml Dicofol 18.5EC in 200lt water/acre.

Carrot


  • Mulching in carrot should be done to protect them from direct exposure of sunlight and conserve moisture.

Sunflower


Grow High Yielding Varieties like Modern and Hybrid Varieties PAC 36, KBSH, MSFH-8 and SFH 17. Apply 2 tons of FYM along with basal application of 8:16:12 kg NPK/acre for HYV and double the dose of fertilizer for the Hybrids. Apply Phosphorus in form of SSP to increase the oil content. Before sowing, the seeds should be treated @ 2 g Carbendazim per Kg of seeds.


Groundnut


  • For controlling weeds in Groundnut, the farmers should apply Imazathapyr @ 1.5ml/lit .

 Brinjal


  • In case of Fruit and Shoot borer in brinjal, go for application of 60ml Coragen 20 SC in 200 lt water/acre. In brinjal wilt is seen. To control, mix 20g Streptocyclin in 200lt water and spray in the root zone.

Tomato


  • In case of Fruit borer in Tomato, apply 80 ml Spinosad 14.5SC in 200 lt water/acre.

Cabbage and Cauliflower


  • In case of Diamond back moth in cole crops like cabbage, cauliflower, go for application of 80 ml Spinosad 14.5SC in 200 lt water/acre.

Broccoli


  • Seed rate for broccoli is 300grams/ha. Raise the seeds in the nursery bed and transplant the seedlings at 4-5 leaves or 25-30 days stage and transplant at a spacing of 40-45cm.

Chilli and Capsicum


  • In case of Capsicum and chilli thrips, go for application of 200ml Dimethoate 30 EC in 200lt water/acre. In case of mites, apply 500ml Dicofol 18.5EC in 200lt water/acre.

Carrot


  • Mulching in carrot should be done to protect them from direct exposure of sunlight and conserve moisture.
Weather
Important Links


Krishi Vigyan Kendra, Sambalpur
Designed and Maintained By: Satyabrata Ku. Behera, Progamme Asst. (Computer)
Last Update on: 03-June-2023

Flag Counter

No. of page hits : 334476