ଶ୍ରୀ ଇଶ୍ବର ସାହୁ, ବୟସ ୪୦ ବର୍ଷ ହେଉଛନ୍ତି ସମ୍ବଲପୁର ଜିଲ୍ଲାର ଯୁଜୁମୁରା ବ୍ଲକ ଅନ୍ତର୍ଗତ ସନାତନପାଲି ଗ୍ରାମର ଜଣେ ବୟସ୍କ ଏବଂ ଶିକ୍ଷିତ ଚାଷୀା ତାଂକର ୨୦ ଏକର (ନୀଚ ଜମି ୧୦ ଏକର ଓ ଉଚ୍ଚ-ମଝିଆଳି ଜମି ୧୦ ଏକର) ଜମିରେ ସେ ଚାଷ କରିଥାନ୍ତି |
ଆଗରୁ ସେ କୌଣସି ବୈଜ୍ଞାନିକ ପଦ୍ଧତି ଅବଲମ୍ବନ ନକରି କେବଳ ଧାନ ଚାଷ କରୁଥିଲେ ଏବଂ ସେଥିପାଇଁ ସେ ବହୁତ୍ କମ୍ ଲାଭ ପାଉଥିଲେ | ସେ ଛତୁ ଚାଷ କରି ମଧ୍ୟ ବହୁତ କମ୍ ଉତ୍ପାଦନ କରି ପାରୁଥିଲେ |ତାପରେ ସେ ତାଂକ ଗ୍ରାମରେ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଆୟୋଜିତ
ଏକ ତାଲିମ ଶିବିର ଜରିଆରେ ଏହା ସମ୍ପର୍କରେ ଆସିଥିଲେ | ତାଂକର ଆଗ୍ରହ ଓ ଇଛାଶକ୍ତି ଦେଖି କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ତାଂକୁ ବିଭିନ୍ନ ତାଲିମ ଓ ପ୍ରଦର୍ଶନ କ୍ଷେତ୍ର ରେ ସଂଶ୍ଲିଷ୍ଟ କରାଯାଇଥିଲା | କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ତାଂକୁ କେବଳ ଧାନ ଚାଷ ନକରି
ଅନ୍ୟ ଫସଲ ମଧ୍ୟ କରିବାପାଇଁ କୁହାଯାଇଥିଲା | ଶ୍ରୀ ସାହୁ କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ମାନଂକ ସହିତ ଆଲୋଚନା କରି ଧାନ ସହିତ ଅନ୍ୟ ଫସଲ ଯଥା ତୈଳବୀଜ,ଡାଲି,ପନିପରିବା ଓ ଫୁଲ ଚାଷ କରିବା ପାଇଁ ସ୍ଥିର କଲେ | ତାଂକୁ ବୈଜ୍ଞାନିକ ପଦ୍ଧତିରେ
କିପରି ଛତୁ ଚାଷ କରାଯିବ ସେ ବିଷୟରେ ମଧ୍ୟ ତାଲିମ ପ୍ରଦାନ କରାଯାଇଥିଲା | ତାଂକୁ କୃଷି ଓ ଏହାର ସହଯୋଗୀ ବିଭାଗ ଏବଂ ବିଭିନ୍ନ ବ୍ୟାଂକ ସହିତ ସଂଯୋଗ କରି ସରକାରଂକ ବିଭିନ୍ନ କାର୍ଯ୍ୟକ୍ରମ ଓ ମିଳୁଥିବା ବିଭିନ୍ନ ସୁବିଧା ବିଷୟରେ ବୁଝାଯାଇଥିଲା |
ବର୍ତ୍ତମାନ ସେ ନିଜର ୨୦ ଏକର ଜମିରେ ଖରିଫ ରୂତୁରେ ଧାନ ଓ ରବି ରୁତୁରେ ୧୦ ଏକର ଜମିରେ ଧାନ,୨ ଏକର ଜମିରେ ଗେଣ୍ଡ୍ୁ, ୨ ଏକର ଜମିରେ ପନିପରିବା, ୩ ଏକର ଜମିରେ ଡାଲି ଜାତୀୟ ଫସଲ ଯଥା ମୁଗ,ବିରି ଏବଂ
୦.୫ ଏକର ଜମିରେ ଶୋରିଷ ଚାଷ କରୁଛନ୍ତି |
ଏହାଛଡା ସେ ହେଉଛନ୍ତି ଛତୁ ଉତ୍ପାଦନ କରୁଥିବା ଜଣେ ଉଦ୍ୟୋଗୀ | ସେ ବାର୍ଷିକ ଟ.୨,୩୧,୭୦୦/- ପାଳ ଛତୁ ଓ ଧିଂଗିରି ଛତୁ ଚାଷ କରି ଆୟ କରିଥାନ୍ତି |
ଏହି ସଫଳତାର ରହସ୍ୟ ହେଉଛି ଛତୁ ଚାଷ ଓ ଶସ୍ୟ ବିବିଧୀକରଣ ଯଥା ତୈଳବୀଜ,ଡାଲି,ପନିପରିବା ଓ ଫୁଲ ଚାଷ ଇତ୍ୟାଦି |
ସେ ଚାଷ କାର୍ଯ୍ୟରେ ବ୍ୟବହାର ପାଇଁ ବିଭିନ୍ନ କୃଷି ଯନ୍ତ୍ରପାତୀ ଯଥା ପାଓ୍ବାର ଟିଲର,ଧାନ କଟା ଯନ୍ତ୍ର,ଧାନ ମଡା ଯନ୍ତ୍ର,ଡିଜେଲ ପମ୍ପ ସେଟ୍ ଇତ୍ୟାଦି ବ୍ୟବହାର କରିଥାନ୍ତି | ଚାଷରେ ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ
କରି ସେ ବାର୍ଷିକ ମୋଟ ଟ.୬,୬୮,୮୦୦/- ବିଭିନ୍ନ ଫସଲରୁ ଆୟ କରୁଛନ୍ତି ଯାହାକି ନିମ୍ନ ରେ ଦିଆଗଲା
ଜିଲ୍ଲା ର ବିଭିନ୍ନ ଚାଷୀ ଓ ସ୍ବୟଂ ସହାୟିକା ଗୋଷ୍ଠୀ ତାଂକର ଛତୁ ଚାଷ ଦେଖିବାକୁ ଆସିଥାନ୍ତି ଏବଂ ଏହି ପଦ୍ଧତିଟି ବର୍ତ୍ତମାନ ୧୫ ଟି ଗ୍ରାମକୁ ପ୍ରସାରିତ ହୋଇଛି ଯାହାକି ସ୍ବଳ୍ପ ଓ ଜମିହିନ କୃଷକ ମାନଂକ ପାଇଁ ଆୟର ଏକ ମୁଖ୍ୟ ସ୍ରୋତ |
ସେହିପରି ତାଂକ ଫୁଲ ଚାଷ କୃଷକ ମାନଂକ ଦ୍ବାରା ଆଦୃତ ହୋଇ ପ୍ରାୟ ୨୫ ଟି ଗ୍ରାମକୁ ପ୍ରସାରିତ ହୋଇଛି ଓ ବର୍ତ୍ତମାନ ୩୦ ଏକର ଜମିରେ ଚାଷ ହେଉଛି |ତାଂକ ନିଜ ଗ୍ରାମ ଓ ଆଖ ପାଖ ଗ୍ରାମର ଚାଷୀମାନେ ତାଂକର ଚାଷ କ୍ରମକୁ ଧାନ-ଧାନ ରୁ
ଧାନ-ଡାଲି/ତୈଳବିଜ/ପନିପରିବା ପରିବର୍ତ୍ତନ କରିଥିବାରୁ ତୈଳବିଜ,ଡାଲି ଓ ପନିପରିବା ଫସଲର କ୍ଷେତ୍ରଫଳ ଆଖପାଖ ଗ୍ରାମରେ ବହୁପରିମାଣରେ ବଢ଼ିଯାଇଛି |
ଶ୍ରୀ ସାହୁ ସମ୍ମାନସ୍ପଦ ଓଡିଶାର ରାଜ୍ୟପାଳଂକ ଦ୍ବାରା ଓଡିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟ ର ୫୨ ତମ ପ୍ରତିଷ୍ଠା ଦିବସରେ ଜିଲ୍ଲାର ସର୍ବୋତ୍ତମ ଚାଷୀ ହିସାବରେ ସମ୍ମାନିତ କରାଯାଇଛି ଏବଂ ବର୍ତ୍ତମାନ ସେ ଜିଲ୍ଲାର
ଅନ୍ୟ ଯୁବଚାଷୀ ମାନଂକ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି |