KVK Sambalpur
English    ଓଡ଼ିଆ
Skip Navigation Links
ମୁଖ୍ୟ ପୃଷ୍ଠା
ଆମ ବିଷୟରେ Expand ଆମ ବିଷୟରେ
ଜିଲ୍ଲା ବିଷୟରେ Expand ଜିଲ୍ଲା ବିଷୟରେ
ଉପଲବ୍ଧି Expand ଉପଲବ୍ଧି
ଆମର କାର୍ଯ୍ୟ Expand ଆମର କାର୍ଯ୍ୟ
ଡାଉନଲୋଡ
ପ୍ରଶଂସା ଓ ପୁରସ୍କାର
ରିପୋର୍ଟ୍ Expand ରିପୋର୍ଟ୍
କୃଷକ ମୋବାଇଲ ଉପଦେଶ
ଯୋଗାଯୋଗ
କ୍ଷିପ୍ର ସଂଯୋଗ
ସଫଳ କାହାଣୀ
ଶ୍ରୀ ଇଶ୍ବର ସାହୁଂକ କାହାଣୀ

ଶ୍ରୀ ଇଶ୍ବର ସାହୁ, ବୟସ ୪୦ ବର୍ଷ ହେଉଛନ୍ତି ସମ୍ବଲପୁର ଜିଲ୍ଲାର ଯୁଜୁମୁରା ବ୍ଲକ ଅନ୍ତର୍ଗତ ସନାତନପାଲି ଗ୍ରାମର ଜଣେ ବୟସ୍କ ଏବଂ ଶିକ୍ଷିତ ଚାଷୀା ତାଂକର ୨୦ ଏକର (ନୀଚ ଜମି ୧୦ ଏକର ଓ ଉଚ୍ଚ-ମଝିଆଳି ଜମି ୧୦ ଏକର) ଜମିରେ ସେ ଚାଷ କରିଥାନ୍ତି | ଆଗରୁ ସେ କୌଣସି ବୈଜ୍ଞାନିକ ପଦ୍ଧତି ଅବଲମ୍ବନ ନକରି କେବଳ ଧାନ ଚାଷ କରୁଥିଲେ ଏବଂ ସେଥିପାଇଁ ସେ ବହୁତ୍ କମ୍ ଲାଭ ପାଉଥିଲେ | ସେ ଛତୁ ଚାଷ କରି ମଧ୍ୟ ବହୁତ କମ୍ ଉତ୍ପାଦନ କରି ପାରୁଥିଲେ |ତାପରେ ସେ ତାଂକ ଗ୍ରାମରେ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଆୟୋଜିତ ଏକ ତାଲିମ ଶିବିର ଜରିଆରେ ଏହା ସମ୍ପର୍କରେ ଆସିଥିଲେ | ତାଂକର ଆଗ୍ରହ ଓ ଇଛାଶକ୍ତି ଦେଖି କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ତାଂକୁ ବିଭିନ୍ନ ତାଲିମ ଓ ପ୍ରଦର୍ଶନ କ୍ଷେତ୍ର ରେ ସଂଶ୍ଲିଷ୍ଟ କରାଯାଇଥିଲା | କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ତାଂକୁ କେବଳ ଧାନ ଚାଷ ନକରି ଅନ୍ୟ ଫସଲ ମଧ୍ୟ କରିବାପାଇଁ କୁହାଯାଇଥିଲା | ଶ୍ରୀ ସାହୁ କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ମାନଂକ ସହିତ ଆଲୋଚନା କରି ଧାନ ସହିତ ଅନ୍ୟ ଫସଲ ଯଥା ତୈଳବୀଜ,ଡାଲି,ପନିପରିବା ଓ ଫୁଲ ଚାଷ କରିବା ପାଇଁ ସ୍ଥିର କଲେ | ତାଂକୁ ବୈଜ୍ଞାନିକ ପଦ୍ଧତିରେ କିପରି ଛତୁ ଚାଷ କରାଯିବ ସେ ବିଷୟରେ ମଧ୍ୟ ତାଲିମ ପ୍ରଦାନ କରାଯାଇଥିଲା | ତାଂକୁ କୃଷି ଓ ଏହାର ସହଯୋଗୀ ବିଭାଗ ଏବଂ ବିଭିନ୍ନ ବ୍ୟାଂକ ସହିତ ସଂଯୋଗ କରି ସରକାରଂକ ବିଭିନ୍ନ କାର୍ଯ୍ୟକ୍ରମ ଓ ମିଳୁଥିବା ବିଭିନ୍ନ ସୁବିଧା ବିଷୟରେ ବୁଝାଯାଇଥିଲା |

ବର୍ତ୍ତମାନ ସେ ନିଜର ୨୦ ଏକର ଜମିରେ ଖରିଫ ରୂତୁରେ ଧାନ ଓ ରବି ରୁତୁରେ ୧୦ ଏକର ଜମିରେ ଧାନ,୨ ଏକର ଜମିରେ ଗେଣ୍ଡ୍ୁ, ୨ ଏକର ଜମିରେ ପନିପରିବା, ୩ ଏକର ଜମିରେ ଡାଲି ଜାତୀୟ ଫସଲ ଯଥା ମୁଗ,ବିରି ଏବଂ ୦.୫ ଏକର ଜମିରେ ଶୋରିଷ ଚାଷ କରୁଛନ୍ତି |

ଏହାଛଡା ସେ ହେଉଛନ୍ତି ଛତୁ ଉତ୍ପାଦନ କରୁଥିବା ଜଣେ ଉଦ୍ୟୋଗୀ | ସେ ବାର୍ଷିକ ଟ.୨,୩୧,୭୦୦/- ପାଳ ଛତୁ ଓ ଧିଂଗିରି ଛତୁ ଚାଷ କରି ଆୟ କରିଥାନ୍ତି |

ଏହି ସଫଳତାର ରହସ୍ୟ ହେଉଛି ଛତୁ ଚାଷ ଓ ଶସ୍ୟ ବିବିଧୀକରଣ ଯଥା ତୈଳବୀଜ,ଡାଲି,ପନିପରିବା ଓ ଫୁଲ ଚାଷ ଇତ୍ୟାଦି |

ସେ ଚାଷ କାର୍ଯ୍ୟରେ ବ୍ୟବହାର ପାଇଁ ବିଭିନ୍ନ କୃଷି ଯନ୍ତ୍ରପାତୀ ଯଥା ପାଓ୍ବାର ଟିଲର,ଧାନ କଟା ଯନ୍ତ୍ର,ଧାନ ମଡା ଯନ୍ତ୍ର,ଡିଜେଲ ପମ୍ପ ସେଟ୍ ଇତ୍ୟାଦି ବ୍ୟବହାର କରିଥାନ୍ତି | ଚାଷରେ ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି ସେ ବାର୍ଷିକ ମୋଟ ଟ.୬,୬୮,୮୦୦/- ବିଭିନ୍ନ ଫସଲରୁ ଆୟ କରୁଛନ୍ତି ଯାହାକି ନିମ୍ନ ରେ ଦିଆଗଲା

କ୍ର.ନ. ଫସଲ / Enterprise ଚାଷ ପରିମାଣ (ଏକର / ବେଡ୍ ) ମୋଟ୍ ଖର୍ଚ୍ଚ (ଟ.) ମୋଟ୍ ଆୟ (ଟ.) ମୋଟ୍ ଲାଭ (ଟ.) ଆୟ ବ୍ୟୟ ର ଅନୁପାତ
1 ଗେଣୁ ୩୫,୦୦୦/- ୧,୨୦,୦୦୦/- ୮୫,୦୦୦/- ୩.୪୨
ପନିପରିବା ୫୫,୦୦୦/- ୧,୨୬,୫୦୦/- ୭୧,୫୦୦/- ୨.୩
ମୁଗ, ବିରି ୨୦,୪୦୦/- ୪୦,୫୦୦/- ୨୦,୧୦୦/- ୧.୯୮
ଶୋରିଷ ୦.୫ ୭,୫୦୦/- ୧୨,୦୦୦/- ୪,୫୦୦/- ୧.୬
ଛତୁ
ପାଳ
ଧିଂଗିରି

୨୫୦୦
୩୨୦

୧,୩୭,୫୦୦/-
୯,୬୦୦/-

୩,୫୦,୦୦୦/-
୨୮,୮୦୦/-

୨,୧୨,୫୦୦/-
୧୯,୨୦୦/-

୨.୫୪
୩.୦
ଧାନ
ଖରିଫ
ରବି

୨୦
୧୦

୨,୦୮,୦୦୦/-
୧,୨୧,୦୦୦/-

୩,୬୦,୦୦୦/-
୨,୨୫,୦୦୦/-

୧,୫୨,୦୦୦/-
୧,୦୪,୦୦୦/-

୧.୭୩
୧.୮୫
ମୋଟ୍ ୫,୯୪,୦୦୦/- ୧୨,୬୨,୮୦୦/- ୬,୬୮,୮୦୦/- ୨.୧୨

ଜିଲ୍ଲା ର ବିଭିନ୍ନ ଚାଷୀ ଓ ସ୍ବୟଂ ସହାୟିକା ଗୋଷ୍ଠୀ ତାଂକର ଛତୁ ଚାଷ ଦେଖିବାକୁ ଆସିଥାନ୍ତି ଏବଂ ଏହି ପଦ୍ଧତିଟି ବର୍ତ୍ତମାନ ୧୫ ଟି ଗ୍ରାମକୁ ପ୍ରସାରିତ ହୋଇଛି ଯାହାକି ସ୍ବଳ୍ପ ଓ ଜମିହିନ କୃଷକ ମାନଂକ ପାଇଁ ଆୟର ଏକ ମୁଖ୍ୟ ସ୍ରୋତ | ସେହିପରି ତାଂକ ଫୁଲ ଚାଷ କୃଷକ ମାନଂକ ଦ୍ବାରା ଆଦୃତ ହୋଇ ପ୍ରାୟ ୨୫ ଟି ଗ୍ରାମକୁ ପ୍ରସାରିତ ହୋଇଛି ଓ ବର୍ତ୍ତମାନ ୩୦ ଏକର ଜମିରେ ଚାଷ ହେଉଛି |ତାଂକ ନିଜ ଗ୍ରାମ ଓ ଆଖ ପାଖ ଗ୍ରାମର ଚାଷୀମାନେ ତାଂକର ଚାଷ କ୍ରମକୁ ଧାନ-ଧାନ ରୁ ଧାନ-ଡାଲି/ତୈଳବିଜ/ପନିପରିବା ପରିବର୍ତ୍ତନ କରିଥିବାରୁ ତୈଳବିଜ,ଡାଲି ଓ ପନିପରିବା ଫସଲର କ୍ଷେତ୍ରଫଳ ଆଖପାଖ ଗ୍ରାମରେ ବହୁପରିମାଣରେ ବଢ଼ିଯାଇଛି |

ଶ୍ରୀ ସାହୁ ସମ୍ମାନସ୍ପଦ ଓଡିଶାର ରାଜ୍ୟପାଳଂକ ଦ୍ବାରା ଓଡିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟ ର ୫୨ ତମ ପ୍ରତିଷ୍ଠା ଦିବସରେ ଜିଲ୍ଲାର ସର୍ବୋତ୍ତମ ଚାଷୀ ହିସାବରେ ସମ୍ମାନିତ କରାଯାଇଛି ଏବଂ ବର୍ତ୍ତମାନ ସେ ଜିଲ୍ଲାର ଅନ୍ୟ ଯୁବଚାଷୀ ମାନଂକ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି |

 


କୃଷି ବିଜ୍ଞାନ କେନ୍ଦ୍ର, ସମ୍ବଲପୁର
ପରିକଳ୍ପନା ଓ ଯତ୍ନ : ସତ୍ୟବ୍ରତ କୁମାର ବେହେରା, କାର୍ଯ୍ୟକ୍ରମ ସହଯୋଗୀ (କମ୍ପୁଟର ), ମୋବାଇଲ: ୯୪୩୭୧-୭୫୧୦୧

ପରିଦର୍ଶନ କରିଥିବା ସଂଖ୍ୟା : 357347